ନୀଳଗିରି ରକ୍ତକେନ୍ଦ୍ରରେ ବିଶ୍ଵ ରକ୍ତଦାତା ଦିବସ ପାଳିତ ।
ନୀଳଗିରି,୧୫ /୦୬(ସିଧାସମ୍ବାଦ); ଗତ କାଲି ଅପରାହ୍ନ ରେ ନୀଳଗିରି ଉପଖଣ୍ଡ ଚିକିତ୍ସାଳୟ ପରିସରରେ ଥିବା ରକ୍ତ କେନ୍ଦ୍ରରେ ୨୨ତମ ବିଶ୍ଵ ରକ୍ତଦାତା ଦିବସ ପାଳିତ ହୋଇ ଯାଇଛି।ରକ୍ତକେନ୍ଦ୍ର ଅଧିକାରୀ ଡା. ତ୍ରିନାଥ ପାଲ ଙ୍କ ଅଧ୍ୟକ୍ଷତା ରେ ଆୟୋଜିତ ଉତ୍ସବ ରେ ନୀଳଗିରି ର ସର୍ବାଧିକ ୯୬ ଥର ରକ୍ତଦାନ କରିଥିବା ସୋମନାଥ ବେହେରା ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।ଏହି ଉତ୍ସବ ରେ ଜିଲ୍ଲା ରକ୍ତ ଦାତା ସଂଘ ର ସଭାପତି କମଳ ଚକ୍ରବର୍ତ୍ତୀ, ସାଧାରଣ ସମ୍ପାଦକ ଇଂ.ଡ.ହୃଷୀକେଶ ସାହୁ, ବରିଷ୍ଠ ଉପଦେଷ୍ଟା ରବି ରାଉତ, ଯଶୋଦା ନନ୍ଦନ ଆଶ,ଉପସଭାପତି ତଥା ଆମ ଓଡ଼ିଶାର ଉତ୍ତର ଓଡ଼ିଶା ସଂଯୋଜକ ଲକ୍ଷ୍ମୀଧର ବାରିକ,
ନୀଳଗିରି ରକ୍ତଦାତା ସଙ୍ଘର ସମ୍ପାଦକ ବିଜୟ କୁମାର ପାତ୍ର, ତପସ୍ୱୀନୀ ପଣ୍ଡା ପ୍ରମୁଖ ଯୋଗ ଦେଇ ରକ୍ତଦାନ ଭଳି ମହତ ଦାନ ର ଅନ୍ୟ କୌଣସି ବିକଳ୍ପ ନାହିଁ ବୋଲି କହିଥିଲେ।ପ୍ରତିବର୍ଷ ରକ୍ତର ଆବଶ୍ୟକତା କ୍ରମାଗତ ଭାବେ ବୃଦ୍ଧି ପାଉ ଥିବାରୁ ଅଧିକ ରୁ ଅଧିକ ରକ୍ତଦାତା ସୃଷ୍ଟି କରିବା ପାଇଁ ଅଭିଯାନ ଚଳାଇବା ଓ ବହୁ ସଂଖ୍ୟାରେ ରକ୍ତଦାନ ଶିବିର ଆୟୋଜନ କରିବା ପାଇଁ ନିଷ୍ପତି ଗ୍ରହଣ କରାଯାଇଥିଲା।ଅନ୍ୟ ପକ୍ଷରେ ଫକୀର ମୋହନ ମେଡିକାଲ କଲେଜ ପୂର୍ଣ୍ଣ କାର୍ଯ୍ୟକ୍ଷମ ହେଉଥିବାରୁ ଜିଲ୍ଲାରେ ରକ୍ତ ଆବଶ୍ୟକତା ୫୦ ହଜାର ୟୁନିଟ ଅତିକ୍ରମ କରିବାର ଅନୁମାନ କରାଯାଉଛି।ତେଣୁ ମେଳା,
ମହୋତ୍ସବ, ଜାନୀଯାତ୍ରା,ସମ୍ମିଳନୀ ସ୍ଥଳ କୁ ଆସୁଥିବା ଲୋକଙ୍କ ଠାରୁ ସ୍ୱେଚ୍ଛାକୃତ ରକ୍ତ ସଂଗ୍ରହ କରିବା ପାଇଁ ଅଧିକ ସଂଖ୍ୟକ ଅତ୍ୟାଧୁନିକ ରକ୍ତ ସଂଗ୍ରହ ଯାନର ଆବଶ୍ୟକତା ରହିଛି। ଜିଲ୍ଲା ପ୍ରଶାସନ ଏଥି ପାଇଁ ଯତ୍ନବାନ ହେବାର ଆବଶ୍ୟକତା ରହିଛି ବୋଲି ଆଲୋଚନା କରାଯାଇଥିଲା। ଏହି ବିଶ୍ଵ ରକ୍ତଦାତା ଦିବସ ପାଳନ କାର୍ଯ୍ୟ କ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ଟେକ୍ନିସିଆନ,ସରୋଜ ପଶା,ରାଜେଶ୍ ଦାସ,ଗତିକୃଷ୍ଣ ମହାନ୍ତି, ସଂଗ୍ରାମ ମହାପାତ୍ର, ରାଜେନ୍ଦ୍ର ବେହେରା ପ୍ରମୁଖ ସହଯୋଗ କରିଥିଲେ |






