ରାଇଘର:୧-୭-୨୦୨୫,(ସିଧାସମ୍ବାଦ);
ନବରଙ୍ଗପୁର ଜିଲ୍ଲା ରାଇଘର ସଦର ମହାକୁମା କଦୁଭାଟା ସାହିରେ ରହୁଥିବା ସୁନା ବ୍ୟବସାୟୀ ରାମ ଡାକୁଆ ରାଇଘର ମେଡିକାଲ ଛକ ରେ ଏକ ସୁନା ଦୋକାନ କରିଥିଲେ ଦୋକାନ ରେ ଥିବା ସୁନା, ରୁପା କୁ ଧରି ନିଜ ସ୍ତ୍ରୀ ସହ ସବୁଦିନ lଭଳି ଘରକୁ ଯାଉଥିଲେ କିନ୍ତୁ କିଏ ଜାଣିଛି ଘର ପାଖେ ଛପି ରହିଥିଲା କିଛି ମୁଖା ପିନ୍ଧା ଦୁର୍ବୁର୍ତ୍ତ ରାମ ଡାକୁଆ ଙ୍କୁ ବନ୍ଧୁକ ଦେଖାଇ ଗୁଳି କରିଥିଲେ ଏବଂ ଉଭୟ ସ୍ୱାମୀ ଓ ସ୍ତ୍ରୀ ଙ୍କୁ ଠେଙ୍ଗାରେ ମାଡ଼ ମାରି ସୁନା ରୁପା ସବୁ ଗହଣା ଯାହାର ମୂଲ୍ୟ ୨୪ ଲକ୍ଷ ଟଙ୍କା ସମସ୍ତ ଗହଣା ଲୁଟି ନେଇଯାଇଥିଲେ ସ୍ୱାମୀ ସ୍ତ୍ରୀ ଙ୍କୁ ଏତେ ଆଘାତ ଲାଗିଥିଲାଯେ ଉଭୟଙ୍କୁ ଜଗଦଲପୁର ମେଡିକାଲ କୁ ଭର୍ତି କରାଯାଇଥିଲା ଏହି ଘଟଣାକୁ ନେଇ ରାମ ଡାକୁଆ ରାଇଘର ଥାନାରେ ଲିଖିତ ଅଭିଯୋଗ କରିଥିଲେ, ଅଭିଯୋଗ ଆଧାରରେ ଘଟଣା ଟିମ ଆସି ତଦନ୍ତ କରିବା ସହ ଉମରକୋଟ ଏସଡିପିଓ ଙ୍କ ସମେତ ଅତିରିକ୍ତ ଏସପି ଘଟଣାସ୍ଥଳକୁ ଆସି ତଦନ୍ତ ଜୋରସୋର ଚଲେଇଥିବାର ଦେଖିବାକୁ ମିଳିଛି ଏହି ଚୋରି ସନ୍ଦେହରେ ପୋଲିସ କେତେକ ଯୁବକଙ୍କୁ ଥାନାରେ ଆଣି ପଚରା ଉଚରା କରିଛି କିନ୍ତୁ ଆଜିକୁ ୧୭ ଦିନ ବିତିଗଲା ଆଜିଯାଏ ସଠିକ ଦୁର୍ବୁତ୍ତଙ୍କୁ ଧରା ପଡିନଥିବାରୁ ରାମ ଡାକୁଆ ଙ୍କ ସହ ସାହିର ଲୋକ ରାଇଘର ଥାନାକୁ ଯାଇ ଥାନା ଅଧିକାରୀ ରଘୁନାଥ ମାଝୀଙ୍କ ସହ ଦେଖାକରି ଯଥାଶୀଘ୍ର ଦୋଷୀଙ୍କୁ ଧରି କଠୋର ଦଣ୍ଡଦେବାକୁ କହିଛନ୍ତି



