ଶ୍ରାବଣ ମାସ ପ୍ରଥମ ସୋମବାର ପଞ୍ଚଲିଙ୍ଗେଶ୍ୱର ଶୈବ ପୀଠରେ କାଉଡ଼ିଆଙ୍କ ଭିଡ଼ |

👇समाचार सुनने के लिए यहां क्लिक करें

ଶ୍ରାବଣ ମାସ ପ୍ରଥମ ସୋମବାର

ପଞ୍ଚଲିଙ୍ଗେଶ୍ୱର ଶୈବ ପୀଠରେ କାଉଡ଼ିଆଙ୍କ ଭିଡ଼ |

ନୀଳଗିରି, ୧୩/୭ (ସିଧାସମ୍ବାଦ):ଶ୍ରାବଣ ମାସର ପ୍ରଥମ ସୋମବାରରେ ବିଭିନ୍ନ ଶୈବ ପୀଠରେ ଜଳାଭିଷେକ ପାଇଁ କାଉଡ଼ିଆମାନେ ବିଭିନ୍ନ ନଦୀ ରୁ ଜଳ ଧାରଣ କରି ମାନସିକ ପୂରଣ ପାଇଁ ଲମ୍ବାଧାଡି ଲଗାଇ ଯାଉଥିବା ବେଳେ ଉତ୍ତର ଓଡିଶା ନୀଳଗିରି ର ପ୍ରସିଦ୍ଧ ବାବା ପଞ୍ଚଲିଙ୍ଗେଶ୍ୱର ଶୈବ ପୀଠ ରେ ପ୍ରଥମ ସୋମବାର ରେ ଜଳାଭିଷେକ ପାଇଁ କଉଡ଼ିଆ ଆସୁଥିବାର ଦେଖି ବାକୁ ମିଳିଛି | ବାଲେଶ୍ୱର ବାଲିଘାଟ, ଟାଙ୍ଗଣା ସୋନା ବୁଢାବଳଙ୍ଗ ,ସାପୁଆ ,ସାଳନ୍ଦୀ,କଲରା ନଦୀପ୍ରମୁଖ ନଈରୁ ଜଳ ଧାରଣକରି ବାବା ପଞ୍ଚଲିଙ୍ଗେଶ୍ୱର ଙ୍କ ଶୈବ ପୀଠ ସ୍ଥଳୀରେ ସୋମବାର ଜଳାଭିଷେକ କରିବେ | କଉଡ଼ିଆଙ୍କ ଭିଡ଼, କୁ ଦୃଷ୍ଟିରେ ରଖି ପଞ୍ଚଲିଙ୍ଗେଶ୍ୱର କମିଟି ପକ୍ଷରୁ ବ୍ୟାପକ ବ୍ୟବସ୍ଥା ହାତକୁ ନିଆଯାଇଛି | ଏଥିରେ ଆଲୋକି କରଣ, ଶୁଦ୍ଧ ପାନୀୟ ଜଳ, ଗାଡ଼ି ଷ୍ଟାଣ୍ଡ, କାଉଡ଼ିଆଙ୍କ ସେବା ଭଳି ପ୍ରମୁଖ ସୁବନ୍ଦୋବସ୍ତ କମିଟି ପକ୍ଷରୁ ହାତକୁ ନିଆଯାଇଛି | ଅପର ପକ୍ଷେ ନୀଳଗିରି ପୋଲିସ ପ୍ରଶାସନ ପକ୍ଷରୁ ଶାନ୍ତି ଶୃଙ୍ଖଳା ପାଇଁ ପୋଲିସ ଫୋର୍ସ ମୁତୟନ କରାଯାଇଛି | ଆଗାମୀ ସୋମବାର ମାନଙ୍କରେ ପାର୍କିଙ୍ଗ ପାଇଁ, ଗୋପ ଛକ ଏବଂ ସନ୍ତରଗଡିଆ ନିକଟ ଖୁମକୁଟ ଠାରେ ଦୁଇ ଏବଂ ଚାରି ଚକିଆ ଯାନର ଭିଡ଼ କମାଇବା ପାଇଁ ଷ୍ଟାଣ୍ଡ ପାଇଁ ସାଧାରଣରେ ଦାବୀ ହୋଇଛି |

Sidha Sambad
Author: Sidha Sambad

Leave a Comment

और पढ़ें