ବିନା ଅନୁମତିରେ ନିଜସ୍ୱ ଜମି ଉପରେ ରାସ୍ତା ନିର୍ମାଣ କୁ ବିରୋଧ । ନ୍ୟାୟ ପାଇଁ ଜିଲ୍ଲାପାଳଙ୍କ ଠାରେ ଦ୍ୱାରସ୍ଥ ଜମି ମାଲିକ ।

👇समाचार सुनने के लिए यहां क्लिक करें

ନୀଳଗିରି, ୧୭/୧୦(ସିଧାସମ୍ବାଦ); (ଉମାକାନ୍ତ ରାଉତ): ବିନା ଅନୁମତିରେ ନିଜସ୍ୱ ଜମି ଉପରେ ରାସ୍ତା ନିର୍ମାଣ କୁ ନେଇ ଜମି ମାଲିକ ଏବଂ ତାଙ୍କ ଉତ୍ତରାଧିକାରୀ ବିରୋଧ କରି ବା ସହିତ ନ୍ୟାୟ ପାଇଁ ଜିଲ୍ଲାପାଳଙ୍କ ଠାରେ ଦ୍ୱାରସ୍ଥ ହୋଇଥିବା ଜଣା ପଡ଼ିଛି । ସୂଚନାଯୋଗ୍ୟ ନୀଳଗିରି ବ୍ଳକ ତେଲିପାଳ ଠାରୁ ଇସାନେଣ୍ଡି ପର୍ଯ୍ୟନ୍ତ ଓଡିଶା ସରକାରଙ୍କ ଗ୍ରାମ୍ୟ ନିର୍ମାଣ ବିଭାଗ ପକ୍ଷରୁ ଏମ ଏମ ଏସ ୱାଇ ଯୋଜନାରେ ୩ କୋଟି ୫୭ଲକ୍ଷ ୮୪ହଜାର ୪୬୦ଟଙ୍କା ବ୍ୟୟ ବରାଦ ରେ ଉକ୍ତ ନିର୍ମାଣାଧିନ ରାସ୍ତା ରେ ଚନ୍ଦିନୀପୁର ଜଗତା ନନ୍ଦ ଘର ଠାରୁ କମଳା ନଈ ପୋଲ ପର୍ଯ୍ୟନ୍ତ କୌଣସି ସରକାର ଜମି ନାହିଁ । ବାଙ୍କୀସାହି ମୌଜା ର ଖାତା ନମ୍ବର ୭୯/୧୪, ପ୍ଲଟ୍-୧୧୫ଏ ଏ୦.୦୩୫ଡ଼ି,ଖାତା ନମ୍ବର ୭୯/୧୫, ପ୍ଲଟ୍-୧୬ ଏ୦. ୧୧ଡ଼ି, ଖାତା ନମ୍ବର ୪୮, ପ୍ଲଟ୍-୮, ଏ୦.୧ ଓଡ଼ି, ଖାତା ନମ୍ୱର ୭୨, ପ୍ଲଟ୍-୧୮ ଓ ପ୍ଳଟ ନଂ- ୫୯
ଉକ୍ତ ଚାଷ ଜମି ସବୁ ଭାସ୍କର ବେହେରାଙ୍କ ର ହୋଇଥିବା ବେଳେ ଏହା ତାଙ୍କର ରୟତ ଜମି ଅଟେ । ଏହାକୁ ତାଙ୍କର ବାପା, ଜେଜେବାପା ସମୟରୁ ଶାନ୍ତିଶୃଙ୍ଖଳାରେ ଚାଷାବାଦି କରି ଭୋଗଦଖଲ କରି ଆସୁଥିବା ସଙ୍ଗେ ସଙ୍ଗେ ପ୍ରତିବର୍ଷ ଖଜଣା ପୈଠ କରି ପାଉତି ହାସଲ କରି ଆସୁଛନ୍ତି । ଗତ ତା୧୩.୧୦.୨୦୨୫ରିଖ ବେଆଇନ ଭାବରେ ଠିକାଦାର ଓ କେତେକ ଗୁଣ୍ଡା ଶ୍ରେଣୀର ଅସାମାଜିକ ଲୋକମାନେ ଉକ୍ତ ରୟତ ଜମି ଉପରେ ରାସ୍ତା କାମ କରାଇ ନେବା ପାଇଁ ଜୋରଜବରଦସ୍ତ ଉଦ୍ୟମ ଚଳାଉଛନ୍ତି । ସେଥିଲାଗି ଉକ୍ତ ତଫସିଲ ଜମିରେ ଠିକାଦାର ଜଣକ ମାପଜୁପ କରିବା ବେଳେ ଜମି ମାଲିକ ପ୍ରତିବାଦ କରିବାରୁ ସେମାନେ ଜାତି ଉଠାଇ ଅଶ୍ଳୀଳ ଭାଷାରେ ଜାତି ଉଠାଇ ଜୀବନରୁ ମାରି ଶେଷ କରିଦେବେବୋଲି ଧମକ ଚମକ ଦେଇଥିଲେ ।
ଏପରିକି ଯଦିଏହି ଜମିରେ ରାସ୍ତା ପକାଇବାକୁ ବାଧା ଦେବୁ ତାହେଲେ ହାଣି ଟିକ୍ ଟିକ୍ କରି ଦେବେ ବୋଲି ଧମକ ମଧ୍ୟ ଦେଇଥିଲେ । ସେମାନେ ଜୋରଜବରଦସ୍ତ ଉକ୍ତ ଜମିରେ ରାସ୍ତା କାମ କରାଇ ନେଲେ ଅପୂରଣୀୟ କ୍ଷତି ହେବ ବୋଲି ଅଭିଯୋଗ କରିଛନ୍ତି । ଉକ୍ତ ଜମି ବାବଦରେ ନୀଳଗିରି ସବ୍-ଜଜ୍‌ଙ୍କ କୋର୍ଟରେ ସି.ଏସ୍. ନଂ-୮୬/୧୩ ମୋକଦ୍ଦମା ବଳବତ୍ତର ଅଛି ଯାହାର ନଂ- ଏଫଏ ଓ ନମ୍ବର ୮୭/୧୪ ଅଟେ ।ଯାହା ନୀଳଗିରି ଅତିରିକ୍ତ ଜିଲ୍ଲା ଦୌରା ଜଜ ଙ୍କଠାରେ ଆଗାମୀ ତା୦୪.୧୧.୨୦୨୫ରିଖକୁ ଧାର୍ଯ୍ୟ ଥିବାବେଳେ ଶ୍ରୀଯୁକ୍ତ ବେହେରା ଏବଂ ତାଙ୍କ ଦୁଇ ପୁତ୍ର ଶ୍ରୀଧର ଓ ଅଞ୍ଜନ ନ୍ୟାୟ ପାଇଁ ବାଲେଶ୍ୱର ଜିଲ୍ଲାପାଳ ସହିତ ନୀଳଗିରି ତହସିଲଦାର ଓ ବିଡ଼ିଓ ଙ୍କ ଠାରେ ଲିଖିତ ଅଭିଯୋଗ କରିଛନ୍ତି ।

Sidha Sambad
Author: Sidha Sambad

Leave a Comment

और पढ़ें