ଛତ୍ରପୁର ଅଞ୍ଚଳିକ ସାଧନ କେନ୍ଦ୍ର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ |

👇समाचार सुनने के लिए यहां क्लिक करें

ନୀଳଗିରି, ୧୭/୧୦(ଉମାକାନ୍ତ ରାଉତ); ନୀଳଗିରି ବ୍ଳକ ଛତ୍ରପୁର ନୋଡାଲ ଉପ୍ରା ବିଦ୍ୟାଳୟରେ ଅଞ୍ଚଳିକ ସାଧନ କେନ୍ଦ୍ର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି | ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଉର୍ମିଳା ସେଠୀ ସଭାପତିତ୍ୱ କରିଥିଲେ | ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ସରପଞ୍ଚ ମାଳତୀ ମାରାଣ୍ଡି ଅନୁଷ୍ଠାନିକ ଭାବେ ଯୋଗଦେଇ କାର୍ଯ୍ୟକ୍ରମର ଶୁଭ ଉଦ୍ଘାଟନ କରିଥିଲେ | ମୁଖ୍ୟ ବକ୍ତାଭାବେ ତେଲିପାଳ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରମୋଦ ସାହୁ, ସମ୍ମାନିତ ଅତିଥି ଭାବେ ପିଠାହତା ନୋଡାଲ ୟୁପି ସ୍କୁଲର ପ୍ରଧାନ ଶିକ୍ଷକ ଦୁଷ୍ମନ୍ତ ନାୟକ, ସମ୍ମାନିତ ବକ୍ତା ଭାବେ ଅମ୍ବିକା ପ୍ରଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅଜୟ ମଢେଇ, ସିଆରସିସି ପବିତ୍ର ରଞ୍ଜନ ଜେନା, ପ୍ରମୁଖ ମଞ୍ଚସିନ ଥାଇ ସୁରଭି କାର୍ଯ୍ୟକ୍ରମ ବିଷୟରେ ଉପସ୍ଥିତ ଛାତ୍ରଛାତ୍ରୀ ମାନଙ୍କୁ ବକ୍ତବ୍ୟ ପ୍ରଦାନ କରିଥିଲେ | ଛତ୍ରପୁର ନୋଡାଲ ଉପ୍ରା ବିଦ୍ୟାଳୟର ଶିକ୍ଷକ ଜ୍ୟୋତିରଞ୍ଜନ ଦାସ ମଞ୍ଚ ସଂଯୋଜନା କରିଥିଲେ | ଅଞ୍ଚଳିକ ସାଧନ ସ୍ତରରେ ୧୦ ଗୋଟି ପ୍ରାଥମିକ ବିଦ୍ୟାଳୟ,୨ ଗୋଟି ଉଚ୍ଚ ବିଦ୍ୟାଳୟ,ଗୋଟିଏ ସେବଶ୍ରମ ମିଶି ସମୁଦାୟ ୧୩ ଗୋଟି ବିଦ୍ୟାଳୟରୁ ୩ଶହ ରୁ ଉର୍ଦ୍ଧ ପ୍ରତିଯୋଗୀ ସାଂସ୍କୃତିକ କାର୍ଯ୍ୟକ୍ରମ ରେ ଭାଗ ନେଇଥିବା ବେଳେ ସେମାନଙ୍କ ମଧ୍ୟରୁ ୧୮ଜଣଙ୍କ ମଧ୍ୟରୁ ବରିଷ୍ଠ ୧୦ ଏବଂ କନିଷ୍ଠ ବର୍ଗରେ ୮ କୃତି ପ୍ରତିଯୋଗୀ ବ୍ଳକ ସ୍ତରକୁ ଉତୀର୍ଣ୍ଣ କରିଥଲେ | ସମସ୍ତଙ୍କୁ ସାର୍ଟିଫିକେଟ ଓ ଉପାଦେୟ ପୁସ୍ତକ ଦେଇ ପୁରସ୍କୃତ କରାଯାଇଥିଲା | ଶିକ୍ଷକ ଅଙ୍କୁର ମଢେଇ ଓ ଜିତେନ୍ଦ୍ର ମଲ୍ଲିକ ପରିଚାଳନାରେ ସହଯୋଗ କରିଥିଲେ | ଶେଷରେ ସୁମତି ବାରିକ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ |

Sidha Sambad
Author: Sidha Sambad

Leave a Comment

और पढ़ें