ବଡ଼ ଆନ୍ଦୋଳନ ପାଇଁ ଡାକ୍ତର ସଂଘର ସଜବାଜ, ଘଣ୍ଟିକିଆ ଓପିଡି ବନ୍ଦ ପରେ ଏବେ ଦୁଇ ଘଣ୍ଟିଆ ବନ୍ଦ ପାଇଁ ପ୍ରସ୍ତୁତି।

👇समाचार सुनने के लिए यहां क्लिक करें

ଭୁବନେଶ୍ୱର: ବିଭିନ୍ନ ଦାବି ପୂରଣ ଦାବିରେ କୁ ତୀବ୍ର କରୁଛି। ପୂର୍ବରୁ ଘଣ୍ଟିକିଆ ଓପିଡି ବନ୍ଦ କରି ସରକାରଙ୍କ ଧ୍ୟାନାକର୍ଷଣ କରିଥିବା ଡାକ୍ତରମାନେ ଏବେ ଦୁଇ ଘଣ୍ଟିଆ ଓପିଡି ବନ୍ଦ ପାଇଁ ପ୍ରସ୍ତୁତି ନେଉଛନ୍ତି।

ଡାକ୍ତର ସଂଘ ପକ୍ଷରୁ କୁହାଯାଇଛି ଯେ, ଯଦି ତାଙ୍କ ଯୁକ୍ତିସଂଗତ ଦାବିଗୁଡ଼ିକୁ ସରକାର ଗୁରୁତ୍ୱ ନଦେଇଥାଏ, ତେବେ ଆଗାମୀ ଦିନରେ ଆନ୍ଦୋଳନ ଆହୁରି ବ୍ୟାପକ ହେବ। ଦୁଇ ଘଣ୍ଟିଆ ଓପିଡି ବନ୍ଦ ସମୟରେ ଜରୁରୀ ସେବାକୁ ଆନ୍ଦୋଳନରୁ ମୁକ୍ତ ରଖାଯିବ ବୋଲି ଡାକ୍ତର ସଂଘ ସ୍ପଷ୍ଟ କରିଛି।

ଏହି ଘୋଷଣା ପରେ ରୋଗୀ ଏବଂ ସାଧାରଣ ଲୋକଙ୍କ ମଧ୍ୟରେ ଚିନ୍ତା ବଢ଼ିଥିବାବେଳେ, ସରକାରଙ୍କ ପକ୍ଷରୁ ଆଲୋଚନା ମାଧ୍ୟମରେ ସମସ୍ୟାର ସମାଧାନ ଆଶା କରାଯାଉଛି।

Sidha Sambad
Author: Sidha Sambad

Leave a Comment

और पढ़ें