ଖୁବ୍ ଶୀଘ୍ର ଆସୁଛି ନୂଆ ଓଡ଼ିଆ ସିନେମା “ଚଉଠି ରାତି – A Dream in Paradise”। ଜୋରସୋରରେ ଚାଲିଛି ଶୁଟିଂ!

👇समाचार सुनने के लिए यहां क्लिक करें

ଭୁବନେଶ୍ୱର  ସିଧା ସମ୍ବାଦ। ଓଲିଉଡରେ ଖୁବ୍ ଶୀଘ୍ର ମୁକ୍ତିଲାଭ କରିବାକୁ ଯାଉଛି ଏକ ନିଆରା କାହାଣୀ ଉପରେ ଆଧାରିତ ଚଳଚ୍ଚିତ୍ର। ଯାହାର ନାଁ ରହିଛି “ଚଉଠି ରାତି – A Dream in Paradise”। ଶରତ ସମ୍ରାଟ ଫିଲ୍ମ୍ସ ବ୍ୟାନରରେ ନିର୍ମିତ ଏହା ହେଉଛି ପ୍ରଥମ ଓଡ଼ିଆ ଚଳଚ୍ଚିତ୍ର।

ବର୍ତ୍ତମାନ ଓଡ଼ିଶାର ବିଭିନ୍ନ ମନୋରମ ସ୍ଥାନରେ ଏହି ଚଳଚ୍ଚିତ୍ରର ଶୁଟିଂ ଜୋରସୋରରେ ଚାଲିଛି। ସିନେମାର ମୁଖ୍ୟ ଭୂମିକାରେ ନଜର ଆସିବେ ଅଭିନେତା ଶରତ ସମ୍ରାଟ ଏବଂ ଅଭିନେତ୍ରୀ ମୁମିତା। ଏହି ଚଳଚ୍ଚିତ୍ରର କାହାଣୀ ଏବଂ ନିର୍ଦ୍ଦେଶନା ଭାର ମଧ୍ୟ ଶରତ ସମ୍ରାଟ ନିଜେ ସମ୍ଭାଳିଛନ୍ତି। ନିର୍ଦ୍ଦେଶକଙ୍କ କହିବା ଅନୁଯାୟୀ, “ଚଉଠି ରାତି”ର କାହାଣୀ ଖୁବ୍ ସୁନ୍ଦର ଓ ସ୍ୱତନ୍ତ୍ର, ଯାହା ନିଶ୍ଚିତ ଭାବରେ ଓଡ଼ିଆ ଦର୍ଶକଙ୍କ ମନକୁ ଛୁଇଁବ।

 ତେବେ ଦର୍ଶକ ବନ୍ଧୁ, ଏହି ନୂଆ ଯୋଡ଼ି ଏବଂ ନୂଆ କାହାଣୀକୁ ଦେଖିବା ପାଇଁ ଆମକୁ ଆଉ କିଛି ଦିନ ଅପେକ୍ଷା କରିବାକୁ ପଡିବ। ଓଲିଉଡର ଏମିତି ଅପଡେଟ୍ ପାଇଁ ଦେଖୁଥାନ୍ତୁ ସିଧା ସମ୍ବାଦ।

Sidha Sambad
Author: Sidha Sambad

Leave a Comment

और पढ़ें