ବିଧାୟକଙ୍କ କଥା ଶୁଣୁନାହାନ୍ତି ମିଲର୍? ,ଖୋଲା ଆକାଶ ତଳେ ଚାଷୀର ଧାନ I

👇समाचार सुनने के लिए यहां क्लिक करें

ବାଲେଶ୍ୱର ଜିଲ୍ଲା କସବା ଜୟପୁରରୁ ଆସିଛି ଏକ ବଡ଼ ଖବର। ନିକଟରେ ନୀଳଗିରି ବିଧାୟକ ସନ୍ତୋଷ ଖଟୁଆ ବହୁ ଆଡମ୍ବରରେ ଏଠାରେ ମଣ୍ଡି ଉଦଘାଟନ କରିଥିଲେ। କିନ୍ତୁ ଉଦଘାଟନର କିଛି ଦିନ ନଯାଉଣୁ ପୁଣି ସେହି ସମାନ ସମସ୍ୟା। ମିଲର୍ ଧାନ ଉଠାଉ ନଥିବା ନେଇ ଚାଷୀମାନେ ଅଭିଯୋଗ କରିଛନ୍ତି।ଦୀର୍ଘ ଦିନର ଦାବି ପରେ କସବା ଜୟପୁରରେ ମଣ୍ଡି ଖୋଲିଥିଲା ସତ, ହେଲେ ଚାଷୀଙ୍କ ଦୁଃଖ ଯାଇନାହିଁ। ଅଭିଯୋଗ ଅନୁଯାୟୀ, ମଣ୍ଡି ଉଦଘାଟନ ହେବା ପରେ ମଧ୍ୟ ମିଲର୍‌ମାନେ ଗାଡ଼ି ପଠାଉ ନାହାନ୍ତି କି ଧାନ ଲିଫ୍ଟିଂ କରୁନାହାନ୍ତି। ଫଳରେ ଖୋଲା ଆକାଶ ତଳେ ହଜାର ହଜାର ବସ୍ତା ଧାନ ପଡି ରହିଛି। ବିଧାୟକଙ୍କ ପ୍ରତିଶ୍ରୁତି ପରେ ମଧ୍ୟ କାହିଁକି ମିଲର୍ ମନମାନି କରୁଛନ୍ତି? ପ୍ରଶାସନ କାହିଁକି ଚୁପ୍ ବସିଛି? ଏହାକୁ ନେଇ ଚାଷୀମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। ତୁରନ୍ତ ଧାନ ନ ଉଠିଲେ ଚାଷୀମାନେ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି।ସରକାର ଚାଷୀଙ୍କ ପାଇଁ ଯୋଜନା କରୁଛନ୍ତି, ବିଧାୟକ ଉଦଘାଟନ କରୁଛନ୍ତି, କିନ୍ତୁ ବାସ୍ତବ ଚିତ୍ର କିଛି ଅଲଗା। ଏ ଦିଗରେ ଜିଲ୍ଲା ପ୍ରଶାସନ ତୁରନ୍ତ ଦୃଷ୍ଟି ଦେବା

Sidha Sambad
Author: Sidha Sambad

Leave a Comment

और पढ़ें