ଆସିଲା ଭଲ ଖବର: କସବା ଜୟପୁର ମଣ୍ଡିରୁ ଉଠିଲା ଧାନ ! ଦୂର ହେଲା ଅଚଳାବସ୍ଥା, ଚାଷୀଙ୍କ ମୁହଁରେ ଫୁଟିଲା ହସ।

👇समाचार सुनने के लिए यहां क्लिक करें

 ସିଧା ସମ୍ବାଦ, ବାଲେଶ୍ୱର ଜିଲ୍ଲା କସବା ଜୟପୁର ଚାଷୀଙ୍କ ପାଇଁ ଆସିଛି ଏକ ବଡ଼ ଆଶ୍ୱସ୍ତିକର ଖବର। ଶେଷରେ ମଣ୍ଡିରୁ ଧାନ ଉଠାଣ ପ୍ରକ୍ରିୟା ଆରମ୍ଭ ହୋଇଛି। ଯେଉଁ ଅଚଳାବସ୍ଥା ସୃଷ୍ଟି ହୋଇଥିଲା, ତାହାର ବର୍ତ୍ତମାନ ସମାଧାନ ହୋଇଯାଇଛି।

 ମିଲର୍‌ଙ୍କ ମନମାନି ଯୋଗୁଁ କିଛି ଦିନ ହେବ କସବା ଜୟପୁର ମଣ୍ଡିରେ ଧାନ ପଡି ରହିଥିଲା, ଯାହାକୁ ନେଇ ଚାଷୀମାନେ ଚିନ୍ତାରେ ଥିଲେ। କିନ୍ତୁ ଆଜି ସକାଳୁ ମଣ୍ଡିରେ ଗାଡ଼ି ଲାଗିବା ସହ ଧାନ ଉଠାଣ କାମ ଜୋରସୋରରେ ଆରମ୍ଭ ହୋଇଛି। ପ୍ରଶାସନିକ ହସ୍ତକ୍ଷେପ ଏବଂ ଚାଷୀଙ୍କ ଦାବି ପରେ ମିଲର୍‌ମାନେ ଧାନ ଉଠାଇବାକୁ ଆସିଛନ୍ତି। ନିଜ କଷ୍ଟ ଅର୍ଜିତ ଫସଲ ବିକ୍ରି ହେଉଥିବାରୁ ଚାଷୀମାନଙ୍କ ମୁହଁରେ ଏବେ ହସ ଦେଖିବାକୁ ମିଳିଛି। ତେବେ ଆଗକୁ ଯେପରି ଏଭଳି ସମସ୍ୟା ନହୁଏ, ସେଥିପାଇଁ ଚାଷୀମାନେ ପ୍ରଶାସନକୁ ଅନୁରୋଧ କରିଛନ୍ତି।

ସିଧା ସମ୍ବାଦ’ ସବୁବେଳେ ଚାଷୀଙ୍କ ସ୍ୱର ହୋଇ ରହିଆସିଛି। ଆଶା କରୁଛୁ, ଆଗାମୀ ଦିନରେ ମଧ୍ୟ ମଣ୍ଡି କାର୍ଯ୍ୟ ସୁରୁଖୁରୁରେ ଚାଲିବ। ବାଲେଶ୍ୱରରୁ [AMIYA MALIK], ସିଧା ସମ୍ବାଦ।

Sidha Sambad
Author: Sidha Sambad

Leave a Comment

और पढ़ें