ଖଣ୍ଡପଡ଼ା ୨୪।୨ (ସିଧା ସମ୍ବାଦ) ଖଣ୍ଡପଡା ସହରର ମଧୁବନ ମିନି ଷ୍ଟାଡିୟମ ପରିସରରେ ଖଣ୍ଡପଡ଼ା ସ୍ପୋର୍ଟସ ଆସୋସିଏସନ ଆନୁକୂଲ୍ୟରେ ଚାଲିଥିବା ୭ ମ ରାଜ୍ୟସ୍ତରୀୟ ମହେନ୍ଦ୍ର ସ୍ବାଇଁ ମେମୋରିଆଲ କପ ଫୁଟବଲ ଟୁର୍ଣ୍ଣାମେଣ୍ଟର ମଙ୍ଗଳବାର ଅନୁଷ୍ଠିତ ୩ ୟ ମ୍ୟାଚରେ ବାପୁଜୀ କ୍ଲବ କଟକ ୨-୦ ଗୋଲରେ ସ୍ପୋର୍ଟସ ଆସୋସିଏସନ ଖଣ୍ଡପଡ଼ାକୁ ପରାସ୍ତ କରି ବିଜୟୀ ହୋଇଥିବା ଜଣାଯାଇଛି।ମୁଖ୍ଯ ରେଫରୀ ଭାବେ ବରିଷ୍ଠ କ୍ରୀଡାବିତ ପ୍ରସନ୍ନ ନାୟକ ମ୍ୟାଚକୁ ପରିଚାଳନା କରିଥିବା ବେଳେ ତାଙ୍କୁ ଲାଇନରେ ସହାୟତା କରିଥିଲେ ବିଦେଶୀ ନାୟକ ଓ ପ୍ରଫୁଲ୍ଲ ବେହେରା। ଚତୁର୍ଥ ରେଫରୀ ଭାବେ ସୂର୍ଯ୍ୟକାନ୍ତ ଦଳବେହେରା ଦାୟୀତ୍ବ ତୁଲାଇଥିଲେ। ଅତିଥି ଭାବେ ବରିଷ୍ଠ ଡାକ୍ତର ପ୍ରଦୀପ କୁମାର ପାଇକରାୟ,ଖଣ୍ଡପଡ଼ା ବନାଞ୍ଚଳ ଅଧିକାରୀ ଦିଲ୍ଲୀପ କୁମାର ପଟ୍ଟନାୟକ,ଭାପୁର ବ୍ଲକ ଉନ୍ନୟନ ଅଧିକାରୀ ସାରଦା ପ୍ରସନ୍ନ ପଣ୍ଡା ପ୍ରମୁଖ ଯୋଗଦେଇ ଖେଳାଳୀ ଓ ଆୟୋଜକ ମାନଙ୍କୁ ଉତ୍ସାହିତ କରିଥିଲେ।ଆସନ୍ତାକାଲି ବୁଧବାର ଫ୍ରେଣ୍ଡସ ପାରାଡାଇଜ ଜଟଣୀ ଓ ରକି ସ୍ପୋଟିଙ୍ଗ ବୌଦ୍ଧ ମଧ୍ଯରେ ଶେଷ ଲିଗ ମ୍ୟାଚ ଅନୁଷ୍ଠିତ ହେବ ବୋଲି ଟୁର୍ଣ୍ଣାମେଣ୍ଟର ଆୟୋଜକ ତଥା ବରିଷ୍ଠ କ୍ରୀଡାବିତ ଭିକାରୀ ଖଣ୍ଡାୟତଙ୍କ ଠାରୁ ପ୍ରକାଶ।



