ଖଣ୍ଡପଡ଼ା ୨|୧୦ (ସିଧା ସମ୍ବାଦ) ଭିଜନ ଫାଉଣ୍ଡେସନ ଦ୍ବାରା ପରିଚାଳିତ ବାହାଡା ଗ୍ରାମସ୍ଥିତ ଭିଜନ ଶିକ୍ଷାନୁଷ୍ଠାନ ପକ୍ଷରୁ ଯୁକ୍ତ ୨ କଳା ଶ୍ରେଣୀରେ ସର୍ବାଧିକ ନମ୍ବର ରଖି ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀମାନଙ୍କୁ ଶୁକ୍ରବାର ବନମାଳିପୁର ଗ୍ରାମର ଆରାଧ୍ଯ ପ୍ରଭୁ ଶ୍ରୀସୋମନାଥ ଦେବଙ୍କ ପଞ୍ଚୁଦୋଳ ମେଳଣ ପଡ଼ିଆ ପରିସରରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ଯକ୍ରମରେ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିବା ଜଣାଯାଇଛି।ଅନୁଷ୍ଠାନର ୭୦ ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ଚଳିତ ବର୍ଷ ୩୩ ଜଣ ଛାତ୍ରଛାତ୍ରୀ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇ ଅନୁଷ୍ଠାନ ପାଇଁ ଗୌରବ ଆଣିଥିବା ଜଣାଯାଇଛି।ଅନୁଷ୍ଠାନର ଛାତ୍ରୀ ମୋତି ପରିଡ଼ା ପ୍ରଥମ ସ୍ଥାନ,ଅନୁପମା ନାୟକ ୨ୟ ସ୍ଥାନ ଓ ମଧୁସ୍ମିତା ସାହୁ ୩ୟ ସ୍ଥାନ,ସୋନାଲି ଗୁରୁ ୪ର୍ଥ ସ୍ଥାନ ଓ ସୁପ୍ରିୟା ସ୍ୱାଇଁ ୫ମ ସ୍ଥାନ ଅଧିକାର କରିଥିବା ସଂର୍ପକରେ ଅନୁଷ୍ଠାନ କର୍ତ୍ତୃପକ୍ଷ ସୂଚନା ପ୍ରଦାନ କରିଥିଲେ।ଅନୁଷ୍ଠାନର ପ୍ରତିଷ୍ଠାତା ତଥା ମୁଖ୍ଯ ପରିଚାଳକ ଜିତେନ୍ଦ୍ର କୁମାର କାଟିଆଙ୍କ ପୌରହିତ୍ଯରେ ଆୟୋଜିତ ସମ୍ବର୍ଦ୍ଧନା କାର୍ଯ୍ଯକ୍ରମରେ ଅତିଥି ଭାବେ ଯୁବ ନେତା ଅଭିଳାଷ ପଣ୍ଡା, ବରିଷ୍ଠ ସାମ୍ବାଦିକ ଭବାନୀଶଙ୍କର ସିଂହସାମନ୍ତ, ଜନ୍ମେଜୟ ଦଳେଇ,ଯୁବ ସମାଜସେବୀ ବାଳଗୋପାଳ ଷଡ଼ଙ୍ଗୀ,ସୁରେଶ ରାଉତ,ରଞ୍ଜନ ଜେନା,ଚିତ୍ତ ରାଉତ, ଅଧ୍ୟାପକ ରାଜକିଶୋର ପ୍ରଧାନ, ହରିହର ସାହୁ,ବେବିନା ସାହୁ ପ୍ରମୁଖ ଯୋଗଦେଇ ଛାତ୍ର ଜୀବନର ଲକ୍ଷ୍ୟ ସଂର୍ପକରେ ଆଲୋକପାତ କରିବା ସହ ଶିକ୍ଷା ଗ୍ରହଣ କରି ବିଦ୍ୟାର୍ଥିମାନେ ଭବିଷ୍ୟତରେ କିଭଳି ସମାଜର ପଥ ପ୍ରଦର୍ଶକ ହୋଇ ପାରିବେ ସେ ନେଇ ଛାତ୍ରଛାତ୍ରୀମାନଙ୍କ ମାର୍ଗ ଦର୍ଶନ କରିବା ସହ ଉଚିତ ପରାମର୍ଶ ପ୍ରଦାନ କରିଥିଲେ।ଗତ ଏକ ଦଶନ୍ଧି ଧରି ଭିଜନ ଶିକ୍ଷାନୁଷ୍ଠାନର ଶିକ୍ଷାଦାନ ଶୈଳୀକୁ ଅତିଥିମାନେ ଭୂୟସି ପ୍ରଶଂସା କରିବା ସହ ଅନୁଷ୍ଠାନର ଉତ୍ତୋରତର ଉନ୍ନତି କାମନା କରିଥିଲେ।ଯୁବ ସଂଗଠକ ପରମେଶ୍ବର ମହାନ୍ତି କାର୍ଯ୍ୟକ୍ରମରେ ସଂଯୋଜନା କରିବା ସହ ଧନ୍ୟବାଦ ଦେଇଥିଲେ।(ଫଟୋ ପଠାଇଛି)
ଭିଜନ ଶିକ୍ଷା ଅନୁଷ୍ଠାନ ପକ୍ଷରୁ କୃତି ଛାତ୍ର ଛାତ୍ରୀ ଙ୍କୁ ସମ୍ବର୍ଧନା କାର୍ଯ୍ୟକ୍ରମ
👇समाचार सुनने के लिए यहां क्लिक करें
और पढ़ें
- विज्ञापन